ଏହା ଏକ ସ୍ୱତନ୍ତ୍ର ସୂଚନା ୱେବସାଇଟ। କୌଣସି ସରକାରୀ ବିଭାଗ ସହ ଏହାର ସମ୍ପର୍କ ନାହିଁ।

Subhadra Kisti Tarikh: ସୁଭଦ୍ରା ଯୋଜନାର ସମସ୍ତ କିସ୍ତି

ଲେଖକ: Subhadra Guide Help4 ମିନିଟ ପଢ଼ା

Subhadra Kisti ବା ସୁଭଦ୍ରା ଯୋଜନା କିସ୍ତି ବିଷୟରେ ସମ୍ପୂର୍ଣ୍ଣ ସୂଚନା ଏଠାରେ ଗୋଟିଏ ଜାଗାରେ। ଯୋଜନାର ନିୟମ ଅନୁସାରେ ଯୋଗ୍ୟ ମହିଳାଙ୍କୁ ବର୍ଷକୁ 10,000 ଟଙ୍କା ଦୁଇ ସମାନ କିସ୍ତିରେ ମିଳେ: 5,000 ଟଙ୍କା ରାକ୍ଷୀ ପୂର୍ଣ୍ଣିମାରେ ଓ 5,000 ଟଙ୍କା ଆନ୍ତର୍ଜାତୀୟ ମହିଳା ଦିବସ 8 ମାର୍ଚ୍ଚରେ। 17 ସେପ୍ଟେମ୍ବର 2024 ରୁ 28 ଅଗଷ୍ଟ 2026 ପର୍ଯ୍ୟନ୍ତ ପାଞ୍ଚଟି କିସ୍ତି ଆସିସାରିଛି।

ସ୍ରୋତ: କିସ୍ତିର ନିୟମ ସରକାରୀ ପୋର୍ଟାଲର FAQ (ପ୍ରଶ୍ନ 5) ରୁ ଓ ତାରିଖ/ତଥ୍ୟ ଓଡ଼ିଶାର ପ୍ରମୁଖ ସମ୍ବାଦ ରିପୋର୍ଟରୁ ନିଆଯାଇଛି।

ସରକାରୀ ନିଶ୍ଚିତତା ଉପଲବ୍ଧ ନାହିଁ: ଷଷ୍ଠ କିସ୍ତିର ସଠିକ ତାରିଖ ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ।

Subhadra Kisti ର ନିୟମ

  • ପ୍ରତି କିସ୍ତି: 5,000 ଟଙ୍କା।
  • ବର୍ଷକୁ: ଦୁଇଟି କିସ୍ତି, ମୋଟ 10,000 ଟଙ୍କା।
  • ସମୟ: ରାକ୍ଷୀ ପୂର୍ଣ୍ଣିମା ଓ 8 ମାର୍ଚ୍ଚ।
  • ଅବଧି: 2024-25 ରୁ 2028-29, ସର୍ବାଧିକ 50,000 ଟଙ୍କା।
  • ପଦ୍ଧତି: DBT ମାଧ୍ୟମରେ ଆଧାର ସହ ଯୋଡ଼ା ନିଜ ବ୍ୟାଙ୍କ ଆକାଉଣ୍ଟକୁ।
subhadra kisti ନିୟମ ସରକାରୀ FAQ
ସରକାରୀ FAQ ପୃଷ୍ଠା: ପ୍ରଶ୍ନ 5 ରେ କିସ୍ତିର ସମୟ ଲେଖାଯାଇଛି।

ଏପର୍ଯ୍ୟନ୍ତ ସମସ୍ତ କିସ୍ତି

କିସ୍ତିତାରିଖସ୍ଥାନ / ଅବସରହିତାଧିକାରୀ (ରିପୋର୍ଟ ଅନୁସାରେ)
ପ୍ରଥମ17 ସେପ୍ଟେମ୍ବର 2024ଭୁବନେଶ୍ୱର, ଶୁଭାରମ୍ଭପ୍ରଥମ ପର୍ଯ୍ୟାୟରେ 25 ଲକ୍ଷରୁ ଅଧିକ
ଦ୍ୱିତୀୟ8 ମାର୍ଚ୍ଚ 2025ମହିଳା ଦିବସପ୍ରାୟ 1 କୋଟି
ତୃତୀୟ9 ଅଗଷ୍ଟ 2025ଜୟପୁର (କୋରାପୁଟ), ରାକ୍ଷୀ1 କୋଟିରୁ ଅଧିକ
ଚତୁର୍ଥ8 ମାର୍ଚ୍ଚ 2026ପୁରୀ, ମହିଳା ଦିବସପ୍ରାୟ 1.02 କୋଟି
ପଞ୍ଚମ28 ଅଗଷ୍ଟ 2026ଲାଠିପଡ଼ା (ନୟାଗଡ଼), ରାକ୍ଷୀ ପୂର୍ଣ୍ଣିମା1,03,26,162
ଷଷ୍ଠ8 ମାର୍ଚ୍ଚ 2027 ଆଖପାଖ (ସମ୍ଭାବ୍ୟ)ମହିଳା ଦିବସଘୋଷଣା ବାକି
ସୁଭଦ୍ରା ଯୋଜନା କିସ୍ତି ତାଲିକା

ଟିପ୍ପଣୀ- ପଞ୍ଚମ କିସ୍ତିରେ 2,21,054 ମହିଳା ପ୍ରଥମଥର ସୁଭଦ୍ରା ଟଙ୍କା ପାଇଲେ। ଦୁଇ ବର୍ଷରେ ପ୍ରାୟ 25,800 କୋଟି ଟଙ୍କା ଦିଆଯାଇଥିବା ସରକାର କହିଛନ୍ତି।

କିସ୍ତି ଆସିଲା କି ନାହିଁ କିପରି ଜାଣିବେ?

  1. ବ୍ୟାଙ୍କ SMS: ଆଧାର ସହ ଯୋଡ଼ା ଆକାଉଣ୍ଟକୁ ଟଙ୍କା ଆସିଲେ SMS ଆସେ।
  2. ପାସବୁକ: କିସ୍ତି ତାରିଖ ଆଖପାଖ ଏଣ୍ଟ୍ରି ଦେଖନ୍ତୁ।
  3. ସୁଭଦ୍ରା ପୋର୍ଟାଲ: “ଆବେଦନ ସ୍ଥିତି” ରେ ଆଧାର ଓ OTP ରେ ଲଗଇନ କରନ୍ତୁ।
ସୁଭଦ୍ରା ଯୋଜନା କିସ୍ତି ନ ଆସିଲେ NPCI ତାଲିକା
ଟଙ୍କା ନ ଆସିଲେ ପୋର୍ଟାଲର NPCI Rejected (ବ୍ୟାଙ୍କ ଆକାଉଣ୍ଟ ଅପଡେଟ) ତାଲିକା ଦେଖନ୍ତୁ।

କିସ୍ତି ଅଟକିବାର କାରଣ

  • ଆଧାର ସିଡିଂ ନାହିଁ: ବ୍ୟାଙ୍କରେ ଆଧାର ସିଡିଂ ଓ NPCI ମ୍ୟାପିଂ କରାନ୍ତୁ।
  • ମିଳିତ ଆକାଉଣ୍ଟ: ନିଜ ନାମରେ ସିଙ୍ଗଲ ହୋଲ୍ଡର ଆକାଉଣ୍ଟ ଖୋଲନ୍ତୁ।
  • e-KYC ଅସମ୍ପୂର୍ଣ୍ଣ: ଫେସ ଅଥେଣ୍ଟିକେସନ ବା ବାୟୋମେଟ୍ରିକ e-KYC କରନ୍ତୁ।
  • ନିଷ୍କ୍ରିୟ ଆକାଉଣ୍ଟ: ବ୍ୟାଙ୍କରେ KYC କରି ଚାଲୁ କରାନ୍ତୁ।
  • ଅନ୍ୟ ଆକାଉଣ୍ଟ: ଆଧାର ଏକାଧିକ ଆକାଉଣ୍ଟ ସହ ଯୋଡ଼ା ଥିଲେ ଶେଷ ଯୋଡ଼ା ଆକାଉଣ୍ଟକୁ ଟଙ୍କା ଯାଏ।
  • ଆବେଦନ Rejected: ଷ୍ଟାଟସ ବା ତାଲିକା ଦେଖନ୍ତୁ; ଭୁଲ ହୋଇଥିଲେ ଅଭିଯୋଗ କରନ୍ତୁ।

ଷଷ୍ଠ କିସ୍ତି ପୂର୍ବରୁ ପ୍ରସ୍ତୁତି

  • ଷ୍ଟାଟସ ଯାଞ୍ଚ: ଆବେଦନ Approved କି ନାହିଁ।
  • ବ୍ୟାଙ୍କ: ସିଙ୍ଗଲ ହୋଲ୍ଡର, ଆଧାର-ସିଡେଡ, DBT ଚାଲୁ ଓ ସକ୍ରିୟ।
  • e-KYC: ସମ୍ପୂର୍ଣ୍ଣ।
  • ମୋବାଇଲ: ଆଧାର ସହ ଯୋଡ଼ା ନମ୍ବର ଚାଲୁ ରଖନ୍ତୁ।
  • ଗୁଜବରୁ ଦୂରେଇ ରୁହନ୍ତୁ: ତାରିଖ କେବଳ ସରକାରୀ ଘୋଷଣାରୁ ମାନନ୍ତୁ।

Subhadra Kisti: ପାଞ୍ଚ ବର୍ଷର ହିସାବ

ଆର୍ଥିକ ବର୍ଷରାକ୍ଷୀ କିସ୍ତି8 ମାର୍ଚ୍ଚ କିସ୍ତି
2024-2517 ସେପ୍ଟେମ୍ବର 20248 ମାର୍ଚ୍ଚ 2025
2025-269 ଅଗଷ୍ଟ 20258 ମାର୍ଚ୍ଚ 2026
2026-2728 ଅଗଷ୍ଟ 20268 ମାର୍ଚ୍ଚ 2027 (ସମ୍ଭାବ୍ୟ)
2027-28ରାକ୍ଷୀ 2027 (ସମ୍ଭାବ୍ୟ)8 ମାର୍ଚ୍ଚ 2028 (ସମ୍ଭାବ୍ୟ)
2028-29ରାକ୍ଷୀ 2028 (ସମ୍ଭାବ୍ୟ)8 ମାର୍ଚ୍ଚ 2029 (ସମ୍ଭାବ୍ୟ)
ପାଞ୍ଚ ବର୍ଷର କିସ୍ତି କ୍ୟାଲେଣ୍ଡର (ଆଗାମୀ ତାରିଖ ଅନୁମାନ)
  • ବିଳମ୍ବରେ ଯୋଗ ଦେଉଥିବା: 21 ବର୍ଷ ପୂରଣ କରି ପରେ ଯୋଗ ଦେଉଥିବା ଝିଅମାନେ କେବଳ ବାକି ବର୍ଷ ପାଇଁ ବର୍ଷକୁ 10,000 ଟଙ୍କା ପାଆନ୍ତି।
  • 60 ବର୍ଷ ପୂରଣ: ସରକାରୀ FAQ ଅନୁସାରେ ପରବର୍ତ୍ତୀ କିସ୍ତି ମିଳେ ନାହିଁ।
  • ଅଧିକ ଟଙ୍କା ଆସିଗଲେ: ଅଧିକାରୀଙ୍କ କହିବା ଅନୁସାରେ ଫେରାଇବାକୁ ପଡ଼ିବ।

ଟିପ୍ପଣୀ- Subhadra Kisti ର ତାରିଖ ବିଷୟରେ ସୋସିଆଲ ମିଡିଆର ଗୁଜବ ଉପରେ ଭରସା କରନ୍ତୁ ନାହିଁ। କେବଳ ସରକାରୀ ଘୋଷଣା ମାନନ୍ତୁ।

ନିଷ୍କର୍ଷ

ସୁଭଦ୍ରା ଯୋଜନା କିସ୍ତି ବର୍ଷକୁ ଦୁଇଥର, ରାକ୍ଷୀ ପୂର୍ଣ୍ଣିମା ଓ 8 ମାର୍ଚ୍ଚରେ 5,000-5,000 ଟଙ୍କା ଭାବେ ଆସେ। ଏପର୍ଯ୍ୟନ୍ତ ପାଞ୍ଚ କିସ୍ତି ଆସିସାରିଛି ଓ ଷଷ୍ଠ କିସ୍ତି 8 ମାର୍ଚ୍ଚ 2027 ଆଖପାଖରେ ସମ୍ଭାବ୍ୟ। ହିନ୍ଦୀରେ ବିସ୍ତୃତ: Subhadra Yojana Installment Date। ଷ୍ଟାଟସ ଗାଇଡ: ସୁଭଦ୍ରା ଯୋଜନା ଷ୍ଟାଟସ।

ବାରମ୍ବାର ପଚରାଯାଉଥିବା ପ୍ରଶ୍ନ

ସୁଭଦ୍ରା ଯୋଜନା କିସ୍ତି ବର୍ଷକୁ କେତେଥର ଆସେ?

ଦୁଇଥର: ରାକ୍ଷୀ ପୂର୍ଣ୍ଣିମାରେ 5,000 ଟଙ୍କା ଓ 8 ମାର୍ଚ୍ଚରେ 5,000 ଟଙ୍କା।

ପଞ୍ଚମ କିସ୍ତି କେବେ ଆସିଥିଲା?

28 ଅଗଷ୍ଟ 2026 ରେ ରାକ୍ଷୀ ପୂର୍ଣ୍ଣିମାରେ।

ଷଷ୍ଠ କିସ୍ତି କେବେ ଆସିବ?

ନିୟମ ଅନୁସାରେ 8 ମାର୍ଚ୍ଚ 2027 ଆଖପାଖରେ ସମ୍ଭାବ୍ୟ; ସରକାରୀ ଘୋଷଣା ବାକି।

କିସ୍ତି ନ ଆସିଲେ କଣ କରିବେ?

ଷ୍ଟାଟସ, ଆଧାର ସିଡିଂ, NPCI ତାଲିକା ଓ e-KYC ଯାଞ୍ଚ କରନ୍ତୁ। ପରେ ଅଭିଯୋଗ ପୋର୍ଟାଲ ବା ହେଲ୍ପଲାଇନ 14678।

ଉତ୍ସ

କିଛି ଭୁଲ ଦେଖିଲେ? ଆମକୁ ଜଣାନ୍ତୁ।ସୁଧାର ସୁଝାନ୍ତୁ
पूरा पेज खोलें